Sarala Mahabharata (Sāraḷā Mahābhārata)
Sāraḷā Dāsa's free Odia retelling, rich in local legend; the foundational work of Odia literature.
- Language
- Odia
- Date
- 1400–1500 CE
- Author
- Sāraḷā Dāsa
- Place
- Kaliṅga (Odisha)
- Extent
- 6,584 passages, 87,629 words
- Text
- complete digital text
- Source
- or.wikisource · CC BY-SA 4.0 (Wikisource transcription; the work itself is in the public domain)
Contents
- 1
- 2
- 3
- 4
- 5
- 6
- 7
- 8
- 9
- 10
- 11
- 12
- 13
- 14
- 15
- 16
- 17
- 18
- 19
- 20
- 21
- 22
- 23
- 24
- 25
- 26
- 27
- 28
- 29
- 29_1
- 29_2
- 29_3
- 29_4
- 29_5
- 29_6
- 29_7
- 29_8
- 29_9
- 29_10
- 29_11
- 29_12
- 29_13
- 29_14
- 29_15
- 29_16
- 29_17
- 29_18
- 29_19
- 29_20
- 29_21
- 29_22
- 29_23
- 29_24
- 29_25
- 29_26
- 29_27
- 29_28
- 29_29
- 29_30
- 29_31
- 29_32
- 29_33
- 29_34
- 29_35
- 29_36
- 29_37
- 29_38
- 29_39
- 29_40
- 29_41
- 29_42
- 29_43
- 29_44
- 29_45
- 29_46
- 29_47
- 29_48
- 29_49
- 29_50
- 29_51
- 29_52
- 29_53
- 29_54
- 29_55
- 29_56
- 29_57
- 29_58
- 29_59
- 29_60
- 29_61
- 29_62
- 29_63
- 29_64
- 29_65
- 29_66
- 29_67
- 29_68
- 29_69
- 31
- 32
- 33
- 33_70
- 33_71
- 33_72
- 33_73
- 33_74
- 33_75
- 33_76
- 33_77
- 33_78
- 33_79
- 33_80
- 33_81
- 33_82
- 33_83
- 33_84
- 33_85
- 33_86
- 33_87
- 33_88
- 33_89
- 33_90
- 33_91
- 33_92
- 33_93
- 33_94
- 33_95
- 33_96
- 33_97
- 33_98
- 33_99
- 33_100
- 33_101
- 33_102
- 34
- 35
- 36
- 37
- 38
- 39
- 40
- 41
- 42
- 43
- 44
- 45
- 46
- 46_103
- 46_104
- 46_105
- 46_106
- 46_107
- 46_108
- 46_109
- 46_110
- 46_111
- 46_112
- 46_113
- 46_114
- 46_115
- 46_116
- 46_117
- 46_118
- 46_119
- 46_120
- 46_121
- 46_122
- 46_123
- 46_124
- 46_125
- 46_126
- 46_127
- 46_128
- 46_129
- 46_130
- 46_131
- 46_132
- 46_133
- 46_134
- 46_135
- 46_136
- 46_137
- 46_138
- 46_139
- 46_140
- 46_141
- 46_142
- 46_143
- 46_144
- 46_145
- 46_146
- 46_147
- 46_148
- 46_149
- 46_150
- 46_151
- 46_152
- 46_153
- 46_154
- 46_155
- 46_156
- 46_157
- 46_158
- 46_159
- 46_160
- 46_161
- 46_162
- 46_163
- 46_164
- 46_165
- 46_166
- 46_167
- 46_168
- 46_169
- 46_170
- 46_171
- 47
- 48
- 49
- 50
- 51
- 52
- 53
- 54
- 55
- 56
- 57
- 58
- 59
- 60
- 61
- 62
- 63
- 64
- 65
- 66
- 67
- 68
- 69
- 70
- 71
- 72
- 73
- 74
- 75
- 76
- 77
- 78
- 79
- 80
- 81
- 82
- 83
- 84
- 85
- 86
- 87
- 88
- 89
- 90
- 91
- 92
- 93
- 94
- 95
- 96
- 97
- 98
- 99
- 101
- 102
- 103
- 104
- 105
- 106
- 107
- 108
- 109
- 110
- 111
- 112
- 113
- 114
- 115
- 116
- 117
- 118
- 119
- 120
- 121
- 122
- 123
- 124
- 125
- 126
- 127
- 128
- 129
- 130
- 131
- 132
- 133
- 135
- 136
- 137
- 138
- 139
- 140
- 141
- 142
- 143
- 144
- 145
- 146
- 147
- 148
- 149
- 150
- 151
- 152
- 153
- 154
- 155
- 156
- 158
- 159
- 160
- 161
- 162
- 163
- 164
- 165
- 166
- 167
- 168
- 169
- 170
- 171
- 172
- 173
- 174
- 175
- 176
- 177
- 178
- 179
- 180
- 181
- 182
- 183
- 184
- 185
- 186
- 187
- 188
- 189
- 190
- 191
- 192
- 193
- 194
- 195
- 196
- 197
- 198
- 199
- 200
- 201
- 202
- 203
- 204
- 205
- 206
- 207
- 208
- 209
- 210
- 211
- 212
- 213
- 214
- 215
- 216
- 217
- 218
- 219
- 220
- 221
- 222
- 223
- 224
- 225
- 226
- 228
- 229
- 230
- 231
- 232
- 233
- 234
Text
1
ଆଦିପର୍ବ
ତ୧ମ ଖଣ୍ଡଦ
ଗଣେଶଙ୍କ ବନ୍ଦନା
ଜୟତୁ ଦଧି-ମଙ୍ଗଳ ବିଘ୍ନରାଜ
ଯାହାର ପ୍ରସନ୍ନେ ସିଦ୍ଧ ହୁଅଇ ସର୍ବକାର୍ଯ୍ୟ ।୧ ।
2
ସକଳ ବିଘ୍ନବିନାଶନ ଜୟତୁ ଗଜାନନ
ମଙ୍ଗଳ ଯୋଗେଶ୍ୱର ପରମାନନ୍ଦ ପାର୍ବତୀନନ୍ଦନ ।୨ ।
3
ମଙ୍ଗଳ ଶଙ୍ଖଚକ୍ର ସରୋଜ ଦଧିମୁଖ
ମଙ୍ଗଳ ବରଦାୟକ ନାଥ ସଦୟ ପ୍ରତକ୍ଷ ।୩ ।
4
ମହାବ୍ରହ୍ମ ଯୋଗେଶ୍ୱର ସିନ୍ଦୂରେ ଗଜମୁଖ ମଣ୍ଡି
ଯମ ଦର୍ପ ଗଞ୍ଜି ସର୍ବ ଅପରାଧ ଦୁଖ ଖଣ୍ଡି ।୪ ।
5
ଜୟତୁ ଜୟତୁ ଦେବ ଚନ୍ଦ୍ର ଯେ ଶେଖର
ଜୟତୁ ଜୟତୁ ଦେବ ସିଦ୍ଧ ଲମ୍ବୋଦର ।୫ ।
6
ଜୟତୁ ଜୟତୁ ଦେବ ସୁରଗଣ ରଖନ୍ତା
ଜୟତୁ ଜୟତୁ ଦେବ ପରମ ଗତି ଦ୍ୟନ୍ତା ।୬ ।
7
୧/୨- ଯାହାର ଦ୍ରଶନେ...(ଗ,ଖ);
୧/୨ ଦଧିମଙ୍ଗଳ = ଦଧିସ-ାଦ୍ୟ ମଙ୍ଗଳ, କିନ୍ତୁ ଏଠାରେ ଦଧି-ଧାରଣକର୍ତ୍ତା, ଯେ ମଙ୍ଗଳଧାରୀ
୩/୧ ସରୋଜପରି ଦଧିପରି ସୁନ୍ଦର ଶୁକ୍ଲମୁଖ -ଦଧିମୁଖ ବହୁ ପୋଥିରେ ପାଠ । ଶଙ୍ଖାଦି ମଙ୍ଗଳକର-କିନ୍ତୁ ସବୁ
ମଙ୍ଗଳଦାତା ଗଣେଶ ବା -ସରୋଜ ଦଧିମୁଖ = ମଙ୍ଗଳକର ଶଙ୍ଖ, ଚକ୍ର ତଥା ପଦ୍ମ ଓ ପଦ୍ମସଦୃଶ ମୁଖଧାରୀ ।
ପ୍ରତକ୍ଷ-ପ୍ରତ୍ୟକ୍ଷ ।
ସ୍ୱାମୀ ସାଂଗ୍ରାମେ ବଧ ଯହୁଂ ନୋହିଲା ତ୍ରିପୁରା
ତୋହୋର ବୁଦ୍ଧିବଳେ ନାଶ ଗଲାଟି ମହାବୀରା ।୭ ।
8
ହେଳେଣ ତୁ ନାଶକଲୁ ଷାଠିୟେ ସହସ୍ର ବରଷେ (ସଂଖ୍ୟା)
ଆକାଶରେ ସାଧୁ ସାଧୁ କଲେ ତୋତେଟି ତ୍ରିଦଶେ ।୮ ।
9
ତୋଷେଣ ବର ତୋତେ ଦେଲେକ ଦେବରାଜା
ସକଳ ଭୁବନେ ସ୍ୱାମୀ ଆଗେ ତୋତେ ପୂଜା ।୯ ।
10
ଯେବଣ ବେଳେ ଶାହସ୍ରକୁ ଅନକୂଳ କଲେ ବେଦବ୍ୟାସେ
ବିଧି ଗାଢେ ଆଗ୍ୟାଂ ତୋତେ ଦେଲେ ନିରାଳସେ ।୧୦ ।
11
ଗ୍ରନ୍ଥକୁ କବିତ୍ୱ ହୋଇବ ବ୍ୟାସ ମହାମୁନି
ତୁ ଲେଖନ କର ଶୁଭ ଅନକୂଳ ଘେନି ।୧୧ ।
12
ଗଙ୍ଗା ଯମୁନା ସରସ୍ୱତୀ ତିନି ନଦୀ
ରାମଘାଟ ତୀର୍ଥେ ସଙ୍ଗମ ହୋଇଲେ ଭେଦି ।୧୨ ।
13
ପଶ୍ଚିମ ପାରୁଶେ ବାଞ୍ଛାକଳ୍ପବଟ
ପଶ୍ଚିମମୁଖୀ ଧବଳାଙ୍ଗୀ ସରସ୍ୱତୀ ନଦୀ ତଟ ।୧୩ ।
14
ସେହୁ ସିଦ୍ଧ ଦେବତାୟେ ବିଜୟେ ସେହୁ ଥାନେ
ତ୍ରିବେଣୀ ସ୍ନାହାନ କରି ସେ ମାଧବ ଦରଶନେ ।୧୪ ।
15
ବଟର ତଳେ ସେ ବସିଲେ ଯୋଗଧ୍ୟାନେ
ଶ୍ରୀଭୁଜେ ଲେଖନ ସ୍ୱାମୀ ତଲୟେ ୟେକମନେ ।୧୫ ।
16
ବ୍ୟାସେ କହନ୍ତି ତୁ ଲେଖନ କର ସ୍ୱାମୀ
ଆଦି ସିଦ୍ଧ ଗ୍ରନ୍ଥ ତୁ କହିଲୁ ମହାବ୍ରହ୍ମି ।୧୬ ।
17
ସ୍ୱାମୀ ଯେବଣ ଶାହାସ୍ର ଲେଖନ କଲୁ ଯେବଣ ଯୋଗେ
ସେ ଅମୃତ ଦୃଷ୍ଟିରେ ପ୍ରସନ୍ନ ହୋଅ ବେଗେ ।୧୭ ।
18
-------------------------------
୧୨/୨ ରାମଘାଟ ତୀର୍ଥେ ସଙ୍ଗମ ହୋଇଲେ ପ୍ରସିଦ୍ଧି ।
୬/୧ ସାଂଗ୍ରାମ- ସଂଗ୍ରାମ, ତ୍ରିପୁରା-ତ୍ରିପୁରସ୍ଥ ଅସୁରଙ୍କୁ ।
୧୦/୧ ଶାହାସ୍ର ଙ୍ଗଶାସ୍ତ୍ର ।
୧୧/୨ ଅନକୂଳ-ଅନୁକୂଳ । ୧୪/୨ ତ୍ରିବେଣୀ-ଗଙ୍ଗା, ଯମୁନା, ସରସ୍ୱତୀ ।
୧୪/୨ ସ୍ନାହାନ ଙ୍ଗସ୍ରାହାନ = ସ୍ନାନ ୧୫/୨ ତଲୟେ -ସେଠାରେ ଲୟକରି ।
ଗିରିଜାର ନନ୍ଦନ ସତ ମତି ଧ୍ୟାନେ
ଶ୍ରୀକରେ ଲେଖନ ଘେନି ବସିଲେ ୟେକମନେ ।୧୮ ।
19
ଯୋଗେଣ ଯୋଗେଶ୍ୱର ସଦାନନ୍ଦର ତନୟେ
ମନଚଇତନ ୟେକତ୍ୱ କଲୁ ଅଜପା ଯୋଗ ଲୟେ । ୧୯ ।
20
କରୁଣାମୟେ ନାଥ ଶରଣ ପଞ୍ଜର ବୀରଧୁ
ସଂସାର ବାରାନିଧି ନାଥ ବରଦାତା ଦେବ ସାଧୁ ।୨୦ ।
21
ବିସ୍ତର ଉଦର ଯାହାର ଗ୍ୟାନ ସଚ୍ଚା
ପୃଥୁଳ ଶରୀର ନାଥ ଅଭୟେ କାଳବଞ୍ଚା ।୨୧ ।
22
ୟେ ଘୋର ସଂସାର ସାହେର ତରିବାକୁ ବଳାଇଲି ମନୀଷା
ଦୁସ୍ତରୁ ତରାଅ ନାଥ ପୁରାଅ ମନବାଞ୍ଛା ।୨୨ ।
23
ଶିଖିପୁଚ୍ଛମଉଳି ବତିଶଗୁଣେ କଳା
ଭର ହରଷ ନାଥ ନୃତ୍ୟ ରଙ୍ଗେଣ ଭୋଳା ।୨୩ ।
24
ଦିବାରାତ୍ର ନ ଜାଣଇଂ ଯେବଣ ମହାତମା
ଅନନ୍ତକାଳ ବଞ୍ଚାଇଲା ସେ ପୁରୁଷଉତ୍ତମା ।୨୪ ।
25
ପୁରୁଷଙ୍କର ସିଦ୍ଧ ତୁ ଦେବଙ୍କର ଆଦି
ଦର୍ଶନେ ଦୁରିତ ହରଇ ପ୍ରସନ୍ନେ କାର୍ଯ୍ୟ ସିଦ୍ଧି ।୨୫ ।
26
ଶ୍ରୀ ବିଘ୍ନନାଥ ଚରଣେ ମୋର ସେବା
ୟେ ଶ୍ରୀମହାଭାରଥ କହିବି ମୋତେ ପ୍ରସନ୍ନ ହୋଇବା ।୨୬ ।
27
ତବ ପଦ୍ମପାଦେ ମୋର ବିନୟ ଭଗତି
ପର୍ଶୁଧର ନାଥ ତୁ ସଦୟେ ଗଣପତି ।୨୭ ।
28
ଆଦି ଅନ୍ତ ମଧ୍ୟ ତୁ ଅଟୁ ସର୍ବଥାନେ
ଗ୍ରନ୍ଥ ଭିଆଇଲୁ ତୁ ଭୁତ ଭବିଷ୍ୟ ବର୍ତ୍ତମାନେ ।୨୮ ।
29
-------------------------
୧୮/୧ ଗିରଜାର ନନ୍ଦନ ପ୍ରସନ୍ନ ତୋଷ ମନେ ।
୨୬/୧ ଶ୍ରୀଅମୃତାକ୍ଷନାଥ ଚରଣେ ମୋର ସେବା (ପା)
୨୦/୧ ବୀରଧୂ-ବୀରତ୍ୱ ବା ବୀରାଗ୍ରଣୀ । ୨୧/୧ ଗ୍ୟାନ-ଜ୍ଞାନ ୨୧/୧ ସଚ୍ଚା-ଉତ୍ତମ, ସତ୍ୟ
୨୩/୧ ବତିଶ ଗୁଣ -ଗୁଣଜାତ ସତ୍ଲକ୍ଷଣ, ୭ ସ୍ଥାନରେ ରକ୍ତିମା, ୬ରେ ତୁଙ୍ଗତା, ୩ରେ ବିସ୍ତାର, ୩ରେ ଖର୍ବତା, ୩
ରେ ଗମ୍ଭୀରତା, ୫ରେ ଦୀର୍ଘତା, ୫ରେ ସୂକ୍ଷ୍ମତା ଅଙ୍ଗ ବିଶେଷମାନଙ୍କରେ ।
ଶ୍ରିୟାମାତ ବଲ୍ଲଭ ଚରଣେ ମୋର ଆଶ
ବଦନ୍ତି ଗ୍ରନ୍ଥିକ ଶୂଦ୍ରମୁନି ସାରୋଳ ଦାସ ।୨୯ ।
29_1
-------------------------
ସାରଳାଦେବୀଙ୍କ ବନ୍ଦନା
ଜମ୍ବୁଦ୍ୱୀପ ଭ୍ରଥଖଣ୍ଡ ଓଡରାଷ୍ଟ୍ର ମଣ୍ଡଳରେ
ଉପùଳେଶ୍ୱର ଲିଙ୍ଗ ଚିତ୍ରଉପùଳା ଦକ୍ଷିଣ କୂଳରେ ।୧ ।
29_2
ଜୟନ୍ତାର ନିଜ ଭୂମି ଯାଜନଗ୍ର ନିକଟେ ଦକ୍ଷିଣ ବାଣରାସି (ଯାଜପୁର)
କୁଶସ୍ଥଳୀ ଭୂମି ଦ୍ୱାରିକା ଯେ କ୍ଷେତ୍ର ପୁଣ୍ୟବାସୀ ।୨ ।
29_3
ଶ୍ରୀ ଯମେଶ୍ୱର ମହାଲିଙ୍ଗ ମଉଦଧିର ଉତ୍ତର ତଟେ
ନୀଳ ସୁନ୍ଦର ପର୍ବତ ନୀଳ କଳ୍ପବଟେ ।୩ ।
29_4
ବିଜୟେ ରାମକୃଷ୍ଣ ସୁଭଦ୍ରା ନାମେ ବ୍ରହ୍ମା
ଚାରିଶତ ବତିଶ ସହସ୍ର ବରଷକୁ ଯୋଗଲୟେ ମହାତମା ।୪ । (ସଂଖ୍ୟା)
କଳିକାଳ ଧ୍ୱଂସିଣ ଭୋଗେଣ କୋଟି ପୂଜା (ସଂଖ୍ୟା)
ପ୍ରଳମ୍ବିତେ ଖଟଇଂ ଶ୍ରୀ କପିଳେଶ୍ୱର ମହାରଜା ।୫ । (କପିଳେନ୍ଦ୍ର)
ସେ ନୀଳ ସୁନ୍ଦର ଗିରି ଉତ୍ତର କଚ୍ଛାଡେ
ସାର ଭୂମି ଭ୍ରଥଖଣ୍ଡ ପୂର୍ବଦିଗ ଇଶାନ୍ୟର ଆଡେ ।୬ ।
29_5
ଚନ୍ଦ୍ରଭାଗା ନାମେଣ ୟେକଇ ନଦୀ ଗୋଟି
ବୃଦ୍ଧମାତାଙ୍କ ପାରୁଶେ ମଉଦଧିରେ ଯାଇଂ ଫୁଟି ।୭ ।
29_6
-------------------------
୨୯ ।୧ ତୁଳସୀର ବଲ୍ଲଭ ଚରଣେ ମୋର ଆଶ
୨୯ ପଦପରେ କେତେକ ପୋଥିରେ ଅଧିକା ପାଠ -
ଜୟତୁ ସ୍ୱାମୀ ଜଗତ ମୋହନ ବାସୁଦେବ
ଭଗତ ଜନେ ସଦୟ ନାଥ ସ୍ୱର୍ଗ ସୁର ଦେବ ।
୪ ।୨ ଚାରିଶତ ବତିଶ ସହସ୍ର ବରଷକୁ ବଉଦ ରୂପେ ମହାତମା । (ସଂଖ୍ୟା)
୭ ।୨ ବୃଦ୍ଧମାତା ଗଙ୍ଗାଉଂ ସେ ମଉଦଧିରେ ଫୁଟି (ପା)
୨ ।୧ ବାଣରାସି- ବାରାଣସୀ- କାଶୀ ।
୪ ।୧ ରାମ- ବଳରାମ-ଶିଷ୍ୟ, କୃଷ୍ଣ- ଜଗନ୍ନାଥ- ଭଗବାନ୍, ସୁଭଦ୍ରା-ବ୍ରହ୍ମା-ଗୁରୁ ।
୬ ।୧ କକ୍ଷାଡେ, କଛାଡେ, ଉତ୍ତର କଇଛାଡେ, ଉତ୍ତର ବାଡେଙ୍ଗ ପାର୍ଶ୍ୱରେ ।
ସେ ନଦୀର ତୀରେ ପ୍ରଶୁରାମ ଘାଟଇଂ
କନକାବତୀ ନାମେ ପାଟଣା ପ୍ରକାଶଇ ।୮ ।
29_7
ତହିଂର ସନ୍ନିଧ୍ୟେ ସାରୋଳ ନାମେ ଗ୍ରାମେ
ବିଜେ ମାହେଶ୍ୱରୀ ସାରୋଳ ଚଣ୍ଡୀ ନାମେ ।୯ ।
29_8
ମହାଯୋଗେଶ୍ୱରୀ ସେ ପରମ ବଇଷ୍ଣବୀ
ପ୍ରତକ୍ଷେ ବର ଦିଅଇ ସେ ପରମ ସାଧବୀ ।୧୦ ।
29_9
ବାଞ୍ଛା ସାର୍ଥୁକ ସେ ଦେବୀର ଅଟଇ
ପାଷାଣ ହୋଇକରି ବାଞ୍ଛା ତାହାର ଫୁଟଇ ।୧୧ ।
29_10
ସର୍ବମଙ୍ଗଳା ରୂପ ମାତାଙ୍ଗୀ ମତ୍ତଭୋଳୀ
ଗ୍ରନ୍ଥ ଅର୍ଥ ଶୁଣଇଂ ସେ ହରଷେ କୁତୋହଳୀ ।୧୨ ।
29_11
ଶ୍ରୀ ସାରୋଳା ଚଣ୍ଡୀ ନାମେ ସେ ଅଟଇ ମହାଦେବୀ
ତାହାଙ୍କର ପୁତ୍ର ମୁଂ ଯେ ସାରୋଳ ଦାସ କବି ।୧୩ । (ବଂଶ)
ପ୍ରସନ୍ନେଣ ଆଗ୍ୟାଂ ମୋତେ ଦିଲେ ଶାକାମ୍ଭେରୀ
ଲଭ ତୁ କପିଳାସ ଶ୍ରୀ ମହାଭାରଥ କରି ।୧୪ ।
29_12
ଶୁଣି ବୁଧଜନେ ନ ଧର ଆନ ଚିତ୍ତ
ଜନ୍ମେଣ ମୁରୁଖ ମୁହିଂ ନୋହଇ ପଣ୍ଡିତ ।୧୫ ।
29_13
ୟେକ ଲୟେ କରିଣ ଶୁଣସି ସାବଧାନେ
ଫିଟିବାକ ପାତକ ସବୁ ଦୁଷୁକୃତମାନେ ।୧୬-୪୫ ।
ମହାଭାରତର ପ୍ରଶସ୍ତି
କୁମ୍ଭ ଋଷିର ନନ୍ଦନ ଯେ ଅଗସ୍ତି ମହଋଷି
ମହାବ୍ରହ୍ମବେତ୍ତା ସେ ଅମୃତ ରସ ଭାଷି ।୧ ।
29_14
-----
୮ ।୧ ସେ ନଦୀର ତୀରେ ପ୍ରଶୁରାମ ପାଟଣା (ଜନ୍ମସ୍ଥାନ)
୧୦ ।୨ ପ୍ରସନ୍ନେ ବର ଦିଅଇ...... (ପା)
୧୬ ।୨ ଫିଟିବାକ ପାତକ ଶୁଣନ୍ତେ ୟେକମନେ ।
୧୨ ।୧ ମାତାଙ୍ଗୀ-ମତ୍ତାଙ୍ଗୀ । ୧୨ ।୨ କୁତୋହଳୀ-କୁତୂହଳୀ
୧୪ ।୧ ଶାକାମ୍ଭେରୀ-ଶାକମ୍ଭରୀ-ଶକ୍ତିଧାରିଣୀ ଦୁର୍ଗା । ୧୬ ।୨ ଦୁଷୁକୃତ-ଦୁଷ୍କୃତ
ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଙ୍କି
କହ ପଣ୍ଡିତ ମହାତମା ଅମୃତରସ ବାକି ।୨ ।
29_15
ଶ୍ରୀ ମହାଭାରଥ ନାମ ହୋଇଲା କେମନ୍ତେ
ୟେହା ତଦନ୍ତ କରି କହିବା ମୁନି ମୋତେ ।୩ ।
29_16
ଶୁଣ ହୋ ବଇବସୁତ ମନୁ ଆଦିପର୍ବ ଚରିତ
ଦେବତାମାନେ ଯେ ତୋଳିଲେ ସମସ୍ତ ହାଦେ ଗ୍ରନ୍ଥ ।୪ ।
29_17
ତୁଳାଦଣ୍ଡ କଲେ ଯେ ଦ୍ୱାଦଶ ଯୋଜନ କାଠି (ସଂଖ୍ୟା)
ତିନି ତିନି ଉଚ୍ଚ ଯୋଜନ କଲେ ବେନି କର୍ଣ୍ଣ କୋଟି ।୫ ।
29_18
ବିଷ୍ଣୁ ଅନନ୍ତ କୋଟି ବ୍ରହ୍ମା ଅନନ୍ତ କୋଟି (ସଂଖ୍ୟା)
ସବୁ ପୂରୋଇଲେ ନେଇ ତୁଳାଦଣ୍ଡ କାଠି ।୬ ।
29_19
ଅଷ୍ଟାଦଶ ପୁରାଣ ପଞ୍ଚବିଂଶ ଲକ୍ଷ (ସଂଖ୍ୟା)
ରାମାୟଣ ଚଣ୍ଡୀଯୁଦ୍ଧ ସମସ୍ତ ପୁରାଣ ପ୍ରତକ୍ଷ ।୭ ।
29_20
ବିଷ୍ଣୁ ପୁରାଣ ରାଜା ମାରକଣ୍ଡ ପୁରାଣ ପାତର
ଶିବ ପୁରାଣ ମନ୍ତ୍ରୀ ନାରଦ ପୁରାଣ ଡଗର ।୮ ।
29_21
ୟେ ଚାରି ପୁରାଣନ୍ତ ମୁଖ୍ୟ କରି ସମସ୍ତ ପୁରାଣ
ୟେମାନ ବସାଇଲେ ନେଇ ତୁଳାଦଣ୍ଡ କତିକେଣ ।୯ ।
29_22
ଆରକ କଛେ ଭାରଥ ଅଷ୍ଟାଦଶ ଥୋଇଲେ
ସମସ୍ତ ଶାହାସ୍ର ଗ୍ରନ୍ଥୁଂ ୟେ ମହାଗରୁ ହୋଇଲେ ।୧୦ ।
29_23
ଯୁଗତେ ସେ ଯହୁଁ ହୋଇଲା ମହାଭାରା
ତହୁଁ ମହାଭାରଥ ନାମ ଦେଲେ କଶ୍ୟପ ଅଙ୍ଗିରା ।୧୧ ।
29_24
ତେଣୁ କରି ହୋଇଲା ସେ ମହାଭାରଥ ନାମ
ତୁଳନ୍ତେ ଯହୁଁ ହୋଇଲା ୟେ ମହା ଅସମ ।୧୨-୫୭ ।
------
୨ ।୨ ବାକି-ବାକ୍ୟ । ୪ ।୨ ହାଦେ-ସାଧ୍ୟେ, ଅକସ୍ମାତ୍ ।
୧୦ ।୨ ଗରୁ-ଗୁରୁ ।
ବଂଶାନୁଚରିତ
(ସମ୍ଭବପର୍ବ)
ବଇବସୁତ ମନୁ ହୋଇଲେ ପ୍ରଳମ
ତବ ପ୍ରସନ୍ନେ ମୁନି ମୁଁ ଅରଜିଲି ଅନେକ ଧର୍ମ ।୧ ।
29_25
ଶ୍ରୀକରେ ଅର୍ଘ୍ୟ ଘେନି ପଖାଳିଲେ ପାଦ ବେନି
ମୋକ୍ଷକଇଂ କାରଣ ମୋତେ କହିବା ଅଗସ୍ତି ମହାମୁନି ।୨ ।
29_26
ବସନ କୁଣ୍ଡଳ ରତ୍ନମାଳ ଗନ୍ଧ ୟେ ଚନ୍ଦନ
ଧୂପ ଦୀପ ନଇବେଦ୍ୟ ଉପହାର ନାନା ଦ୍ରବ୍ୟମାନ ।୩ ।
29_27
ୟେତେକ ଦେଇଣ ସେ ମନୁ ମହାରାଜା
ଅନେକ ବାଗେଣ ସେ ମୁନିଙ୍କି କଲେ ପାଦପୂଜା ।୪ ।
29_28
ଘଟଋଷିର ନନ୍ଦନ ମୋତେ ପ୍ରତିକାର କରିବା
ତୋହୋର ପଦ୍ମପାଦେ ମୋହୋର ଅହର୍ନିଶି ସେବା ।୫ ।
29_29
ବଦୟନ୍ତି ମହାମୁନି ଶୁଣ ଯୁଗପତି
ସପତଦ୍ୱୀପା ପୃଥୀରେ ସୋମବଂଶହିଂ ଆଧିପତି ।୬ ।
29_30
ଆଦି ହୁଂ ଶୂନ୍ୟ ଶୂନ୍ୟହୁଂ ଜାତ ପବନ
ପବନ ହୁଂ ଜାତ ହୋଇଲେ ଯୋଗପୁରୁଷ ଶୂନ୍ୟ ।୭ ।
29_31
ଯୋଗପୁରୁଷ ତହୁଂ ଉପୁଜିଲା ଗାୟତିରୀ
ୟେହାଙ୍କର ତହୁଂ ଉପୁଜିଲା ମହାମନ୍ତ୍ର ଚାରି ।୮ ।
29_32
ୟେ ମହାମନ୍ତ୍ର ତହୁଂ ଉପୁଜିଲା ଚାରିପାଦ
ୟେଥୁଂ ଉତପତ୍ତି ହୋଇଲେ ଯମଦ ।୯ ।
29_33
ଯମଦୁଂ ଉତପତ୍ତି ହୋଇଲା କର୍ମଣ
ୟେହାର ତହୁଂ ଉତପତ୍ତି ହୋଇଲା ନିରିଗୁଣ ।୧୦ ।
29_34
----
୯ ।୧ ମହାମନ୍ତ୍ରୁଂ ଉପୁଜିଲା ଚାରିଗୋଟି ବେଦ ।
୬/୨ ଆଧିପତି-ଅଧିପତି,ଉତପତି-ଉପùତ୍ତି ।
୯ ।୨ ଯମଦଙ୍ଗ ଯମଜ (ପୁରୁଷ ଓ ପ୍ରକୃତି)
୧୦ ।୧ ପ୍ରକୃତି ପୁରୁଷର ମିଳନ କାଳରେ କର୍ମଦେବ-କାଳରୂପୀ ଭଗବାନ ଉପùନ୍ନ ।
ନିର୍ଗୁଣ ତହୁଂ ଉତପତ୍ତି ହୋଇଲା ବୁଦୁବୁଦ
ବୁବୁବୁଦରୁ ଉପୁଜିଲା ଅଣ୍ଡ ଯେ ବିବୁଧ ।୧୧ ।
29_35
ଅଣ୍ଡ ଫୁଟିଣ ସେ ହୋଇଲା ନିରଞ୍ଜନ
ନିରଞ୍ଜନୁଂ ଶକତି ହୋଇଲା ଉତପନ ।୧୨ ।
29_36
ଶକତି ତହୁଂ ଉତପତ୍ତି ହୋଇଲେ ପୁତ୍ର ତିନି
ବ୍ରହ୍ମା ବିଷ୍ଣୁ ମହେଶ୍ୱର ୟେ ତିନି ନାମ ଘେନି ।୧୩ ।
29_37
ଆହୋ ତ୍ରିଦଶ ଦେବତାୟେ ଯେ ମନ୍ଥିଲେ ସମୁଦର
ତହୁଂ ଉତପତ୍ତି ହୋଇଲେ ଶଶଧର ।୧୪ ।
29_38
ଶଶଧରୁଂ ଉତପତ୍ତି ହୋଇଲା ସନ୍ତତି
ସତାଇଶ କନ୍ୟା ପ୍ରଦାନ କଲା ଦଚ୍ଛ ପ୍ରଜାପତି ।୧୫ । (ସଂଖ୍ୟା)
ଚନ୍ଦ୍ର ହରିଲା ଯେ ବୃହସ୍ପତିଙ୍କ ଭାରିଯା ତାରା
ରସେଣ ପଡିଲା ସେ ଉତ୍ତମ ପରଦାରା ।୧୬ ।
29_39
ଚନ୍ଦ୍ରଙ୍କର ବୀର୍ଯ୍ୟେ, ତାରା କନ୍ୟାର ରଜେ
ତହୁଂ ଉତପତ୍ତି ହୋଇଲା ବୁଧ ନାମେଣ ଆତ୍ମଜେ ।୧୭ ।
29_40
ଆହୋ ବୁଧର ନନ୍ଦନ ଯେ ଅଟଇ ପୁରୁରବା
ଅମରାଧିନାଥ ସେ ହୋଇଲା ରାଜଦେବା ।୧୮ ।
29_41
ପୁରୁରବାୟେ ବାଣ୍ଟିଲେ ସଚରାଚର ପୃଥୀ
ନବଦ୍ୱୀପ ସପତ ସାଗର ବସାଇଲେ ବସୁମତୀ ।୧୯ ।
29_42
ପୁରୁରବାର ନନ୍ଦନ ଆୟୁ ମହୀପାଳେ
ୟେ ଯେ ସପତ ଦ୍ୱୀପା ପୃଥୀକି କଲା ୟେକସ୍ଥଳେ ।୨୦ ।
29_43
ଆୟୁର ନନ୍ଦନ ଯେ ହୋଇଲା ନଘୋଷ
ଇନ୍ଦ୍ରପଦେ ବସିଲା ସେ ଅମର ଆକାଶ ।୨୧-୭୮ ।
----
୧୧ ।୧ ନିର୍ଗୁଣ ତହୁଂ ଉତପତି ହୋଇଲାକ ବେଦ ।
୧୬ ।୨ ରସେଣ ଲଭିଲା ସେ ଉତ୍ତମ ପରଦାରା ।
୧୮ ।୨ ଅମରାଧିନାଥ ସେ ହୋଇଲା ମଘବା ।
୧୫ ।୨ ଦଛ-ଦକ୍ଷ । ୨୧ ।୧ ନଘୋଷ-ନହୁଷ
ଯଯାତି ଉପାଖ୍ୟାନ
ପୁରୁରବାର ତହୁଂ ଉତପତ୍ତି ହୋଇଲେ କୁରୁବଂଶେ
ନଘୋଷର ନନ୍ଦନ ଯୁଦ୍ଧ ଯଯାତି ପରକାଶେ ।୧ ।
29_44
ବଡ ପ୍ରତାପୀ ସେ ଯେ ହୋଇଲା ଯଯାତି
ନବ କନ୍ୟା ପ୍ରଦାନ ସେ ହୋଇଲା ନବଜାତି ।୨ ।
29_45
ଶୁକ୍ରଙ୍କର ଦୁହିତା ସେ ଅଟଇ ଦେବଯାନୀ
ଦେବକୁଳୁଂ ପ୍ରଦାନ ଯେ ହୋଇଲେ ନନ୍ଦିନୀ ।୩ ।
29_46
ଅସୁରକୁଳୁଂ ପ୍ରଦାନ ହୋଇଲେ ଶରମେଷ୍ଠୀ
ତକ୍ଷକ ନାଗର ଯେ ଦୁହିତା ସନ୍ତୁଷ୍ଟି ।୪ ।
29_47
ନାଗକୁଳୁଂ କନ୍ୟାୟେକ ହୋଇଲା ପ୍ରଦାନ
ୟେମନ୍ତ ଭାଗ୍ୟ ରାଜା ଅଟଇ ବିଦ୍ୟମାନ ।୫ ।
29_48
ମାନବ କୁଳର ରାଜା ଅଟଇ ବୁଧସେନ
ତାହାର ତହୁଂ ବୃନ୍ଦାବତୀ କନ୍ୟା ହୋଇଲା ପ୍ରଦାନ ।୬ ।
29_49
ଗୋପାଳ ନୃପତି ଯେ ଋତୁଧ୍ୱଜ ବୀର
ଯୁଗାବତୀ ବୋଲି ଦୁହିତାୟେ ଥିଲାଯେ ତାହାର ।୭ ।
29_50
ତାହାକୁ ପ୍ରଦାନ ହୋଇଲେ ଯଯାତି
ନିଷାଦ କୁଳରୁ ପ୍ରଦାନ ହୋଇଲେ ରେବତୀ ।୮ ।
29_51
ଶବର ରାଜା ଯେ ଅଟଇ ଅଜର
ମୃଗାକ୍ଷୀ ନାମେ ଦୁହିତା ଯେ ଅଟଇ ତାହାର ।୯ ।
29_52
ତାହାକୁ ପ୍ରଦାନ ହୋଇଲେ ଯଯାତି
କନ୍ୟାୟେକ ଦିଲା କୋଶଳ ବ୍ରାହ୍ମଣ ନୃପତି ।୧୦ ।
29_53
ଇନ୍ଦୁ ଦେଶର ରାଜା ୟେ ପଛିମ ସଉରାଷ୍ଟ୍ରଇଂ (ଜବନ୍ଧତ୍ତବଜ୍ଞଶନ୍ଦତ୍ତବ)
ତାହାର ଦୁହିତା ନାମ କୃଷ୍ଣାବତୀ ଅଟଇ ।୧୧ ।
29_54
ପ୍ରବାଳସେନ ବୋଲି ହାଦେ ଇନ୍ଦୁ ନୃପତି
ନବମେ ପ୍ରଦାନ ହୋଇଲା ତାହାର ଦୁହିତୀ ।୧୨ ।
29_55
----
୪ ।୧ ଶରମେଷ୍ଠୀ-ଶର୍ମିଷ୍ଠା
୧୦ ।୨ ଦିଲା-ଦେଲା
ୟେମନ୍ତେ ନବ ଜାତିରୁ ନବ କନ୍ୟା ପ୍ରଦାନ
ନବ ପୁତ୍ର ଉପୁଜିଲା ଯଯାତିଙ୍କର ବିଦ୍ୟମାନ ।୧୩ ।
29_56
ଆଦ୍ୟରେ ପୃଥିବୀ ନବ ଭାଗ ରାଜା କଲେ
ନବ ଖଣ୍ଡ ମେଦିନୀ ନବ ପୁତ୍ରେ ବାଣ୍ଟିଦିଲେ ।୧୪ ।
29_57
ତାହାର ଜ୍ୟେଷ୍ଠ ପୁତ୍ର ନାମ ପୁରୁ ମହୀପତି
ଓଡିୟାଣୀ ଭାରିଯାର ସେ ଅଟଇ ସନ୍ତତି ।୧୫ । (ଓଡ଼ିଆଣୀ)
ମାତାଙ୍କର ଭାଗ ୟେ ଓଡରାଷ୍ଟ୍ର ମଣ୍ଡଳେ
ତହୁଂ ସେ ଓଡରାଷ୍ଟ୍ର ଭ୍ରଥଖଣ୍ଡେ ସର୍ବକାଳେ ।୧୬ ।
29_58
ପୁରୁର ନନ୍ଦନ ଯେ ପ୍ରବୀର ନୃପତି
ବାର ରାଷ୍ଟ୍ର କରିଣ ଭିଆଇଲେ ରାଷ୍ଟ୍ରପତି ।୧୭ ।
29_59
ୟେକା ଖଣ୍ଡକଇଂ ଯେ କଲେକ ସାତ ସାତ ଖଣ୍ଡ
ମଣ୍ଡଳ ଭିଆଣ କରିଯେ ଭିଆଇଲେ ପାରିଦଣ୍ଡ ।୧୮ ।
29_60
ପ୍ରବୀର ନନ୍ଦନ ମନସିବା ନାମେଣ ବୀରା
ଅନେକ ଦୁଷ୍ଟନ୍ତ ମାରି ସେ ଉଶ୍ୱାସିଲେ ମହୀଭାରା ।୧୯ ।
29_61
ପ୍ରବୀର ନନ୍ଦନ ଯେ ମନସିବା ନୃପତି
ୟେହାଙ୍କର ନନ୍ଦନ ୟେ ଅନୁପାମ ଚକ୍ରବ୍ରତୀ ।୨୦ ।
29_62
ଆଗେଣ ଥାଠ ସନ୍ୟ କିଛି ନ ଥାଇଂ ୟେହାଙ୍କର ତୁଲେ
ୟେକାୟେ ଛାତ୍ର ଧରାଇ ନବଖଣ୍ଡ ମେଦିନୀ ସାଧ୍ୟ କଲେ ।୨୧ ।
29_63
ଆପଣେ ଅନୁସରି ଭିଆଇଲେ ସପତ ଦ୍ୱୀପା ପୃଥୀ
ଧାତୁବାଦ ପୁରୁଷ ୟେ ଅନୁପାମ ଚକ୍ରବ୍ରତୀ ।୨୨ ।
29_64
ଅନୁପାମର ନନ୍ଦନ ଅଟଇ Cଳୀନ ବୀର
ଦୁଷ୍ୟନ୍ତ ବୋଲିକରି ଯେ ପୁତ୍ରେକ ହୋଇଲା ତାହାର ।୨୩ ।
29_65
ମନ୍ଦର ଦେଶର ରାଜା କଉସ୍ତୁଭ ନରପତି
ତାହାର ଦୋହିତାର ନାମ ଅଟଇ ମନ୍ଦାରବତୀ ।୨୪ ।
29_66
---
୧୪ ।୧ ଦ୍ୟାବା ପୃଥିବୀ ନବଭାଗ ରାଜା କଲେ ।
୧୯ ।୧ ମନସିବା-ମନସ୍ୟୁ (ସଂସ୍କୃତ)
୨୦ ।୨ ଅନୁପାମ-ଅନ୍ୱଗ୍ଭାନୁ (ସଂସ୍କୃତ) (ଯଯାତିଙ୍କ କନିଷ୍ଠ ପୁତ୍ର ଶର୍ମିଷ୍ଠାଙ୍କ ଗର୍ଭରୁ ଜାତ)
୨୦ ।୨ ଚକ୍ରବ୍ରତୀ-ଚକ୍ରବର୍ତ୍ତୀ
୨୪ ।୨ ଦୋହିତା-ଦୁହିତା
ୟେ ଦୁଷ୍ୟନ୍ତର ମହିମା ନ ଯାଇଂ କହଣ
ସମୋଦ୍ର ଛଡାଇ ନେଲା ସେ ଅଶୀ ସହସ୍ର ଯୁଣ ।୨୫ । (ସଂଖ୍ୟା)
ସମୋଦ୍ର ଭିତରେ ନେଇଂ ଶୁଭ ଖମ୍ବେକ ପୋତିଲା
ସେହିଠାରୁଂ ସମୋଦ୍ର ସୀମା ଲଘିଂ ନୁଆରିଲା ।୨୬ ।
29_67
ତୋଷେ ମୋଦବତୀ କନ୍ୟା ଦେଲା ବରମାଳା
ଆବର ଭାରିଯା ତାର ହେଲା ଶକୁନ୍ତଳା ।୨୭ ।
29_68
ଦୁଷ୍ୟନ୍ତର ନନ୍ଦନ ଯେ ଅଟଇ ବୀର ଭ୍ରଥ
ସମୋଦ୍ର ଘୁଞ୍ଚାଇଂ ଦିଲା ଯୋଜନ ସାତଶତ ।୨୮ ।
29_69
ସାତ ଶତ ଯୋଜନେକ ଯେ ଖଣ୍ଡେ ଖଣ୍ଡେ କଲା (ସଂଖ୍ୟା)
ତହୁଂ ସେ ଭ୍ରତଖଣ୍ଡ ମେଦିନୀ ବୋଲାଇଲା ।୨୯ ।
31
ୟେହି ସେ ଭିଆଇଲେ ଗ୍ରାମେକେ ସୀମାୟେ
ନଳକ ମାତ୍ର କରି ପୃଥିବୀ ବାଣ୍ଟିଣ ଠୂଳ କୟେ ।୩୦ । ଜରନ୍ଦନ୍ଦକ୍ଷରଲରଚ୍ଚନ୍ଦ ଚ୍ଛଟ୍ଟରତ୍ତବନ୍ଦଷଚ୍ଛଚ୍ଚଜ୍ଞ
ଆହୋ ଭ୍ରଥର ନନ୍ଦନ ୟେ ଅଟଇ ଭୁମନୁ
ସମସ୍ତ ଶାହାସ୍ର ସାଧିଲେ ଭୂତ ଭବିଷ ଗ୍ୟାନୁଂ ।୩୧ ।
32
ୟେ ପୃଥ୍ୱୀ ପୁଣ ଭାଗ ମୂଳ କଲେ
ମଣ୍ଡଳ ଖଣ୍ଡ ଖଣ୍ଡ କରି ନବସୃଷ୍ଟି ଭିଆଇଲେ ।୩୨ ।
33
ଭୁମନୁର ନନ୍ଦନ ଉପୁଜିଲେ ବିରଥ
ୟେ ସେ ଭିଆଇଲେ ଯୋଦ୍ଧା ପାତ୍ର ଅମନାତ୍ୟ ।୩୩ ।
33_70
ୟେହାଙ୍କର ନନ୍ଦନ ଉପୁଜିଲା ବିଭୁଋକ୍ଷ
ଖଣ୍ଡ ମଣ୍ଡଳ କରି ୟେ ବାଣ୍ଟିଲେ ରାଜ୍ୟ ଯେ ପ୍ରତକ୍ଷ ।୩୪-୧୧୨ ।
----
୩୦ ।୨ ନଳମାଣ ପୃଥିବୀ ବାଣ୍ଟି ମୂଳ କୟେ ।
୨୬ ।୧ ସମୋଦ୍ର-ସମୁଦ୍ର । ୨୬ ।୨ ନୁଆରିଲା- ନ ପାରିଲା
୩୦ ।୨ କୟେ-କଲେ
୩୧ ।୧ ଭୁମନୁ-ଭୁମନୁ୍ୟ
୩୩ ।୧ ବିରଥ-(ସଂସ୍କୃତ) ସୁହୋତ୍ର ୩୩ ।୨ ଅମନାତ୍ୟ-ଅମାତ୍ୟ, ମନ୍ତ୍ରୀ ।
ଶମ୍ଭୁରାଣ ଉପାଖ୍ୟାନ
ବିଭୁଋଷର ନନ୍ଦନ ଶମ୍ଭୁରାଣ ଆଧିପତି
ଆଦି ଦିଗପାଳ ମାନନ୍ତ ସେ ବରିଲା ସବୁନ୍ତି ।୧ ।
33_71
ବିଶ୍ୱାନଳ କରି ୟେ କଲାକ ଭିଆଣ
ମହାପ୍ରତାପୀ ଯେ ହୋଇଲା ଶମ୍ଭୁରାଣ ।୨ ।
33_72
ସୂର୍ଯ୍ୟଙ୍କର ନନ୍ଦନୀ ଯେ ହୋଇଲା ତପତୀ
ଦେବତାୟେ ସହି ନ ପାରିଲେ କନ୍ୟାର ତେଜ ଯେ ମୂରତି ।୩ ।
33_73
କେବଳ ମାତ୍ର ତାହାକୁ ସଂଗ୍ୟାଂ ଜନ୍ମ ଦେଲେ
ଅତ୍ୟନ୍ତମତେ କେ କତିକି ଯାଇଂ ନୁଆରିଲେ ।୪ ।
33_74
ଆକାଶେ ସୟଂବର କରିଲେ ଦେବ ଆଦି
ଦିଗପାଳମାନନ୍ତ ବରି ସଭାୟେ ସ-ାଦି ।୫ ।
33_75
ତ୍ରିଦଶ ଦେବତାୟେ ବସିଲେ ଆସ୍ତାନେ
ତପତୀ ସୟଂବର ଚରିତ ବିଦ୍ୟମାନେ ।୬ ।
33_76
ନବସାଗର ଯେ ବ୍ରହ୍ମଋଷିମାନନ୍ତ ଘେନି
ମଳୟ ମଣ୍ଡଳେ ଯାଇଂ ବିଜୟେ ପଦ୍ମଯୋନି ।୭ ।
33_77
ଚଉଦ କୋଟି ଯେ ଶିବଗଣନ୍ତ ଘେନି ତୁଲେ (ସଂଖ୍ୟା)
ବୃଷଭ ବାହନେ ଯାଇଂ ରୁଦ୍ରେ ବିଜେ କଲେ ।୮ ।
33_78
ଅଳକା ଭୁବନୁଂ ବିଜେ କୁବେର ଦେବତା
ସାତ ପଦ୍ମ ସଇନି ଘେନି ଧନାଧିପ ଉପଗତା ।୯ ।
33_79
ଅମର ଭୁବନ ତେଜି ଅଇଲେ ଅମରାଧି
ଅଇରାବ୍ରତ ଆରୋହି ବିଜୟେ ଜମ୍ଭୋଭେଦୀ ।୧୦ ।
33_80
----
୫ ।୨ ସୟଂବରେ ଦିଗପାଳମାନନ୍ତ ବରିଲା ସବୁନ୍ତି । (ପା)
୧ ।୧ ବିଭୁଋକ୍ଷ-(ସଂ) ରୁକ୍ଷୁ । ଶମ୍ଭୁରାଣ-(ସଂ) ସମ୍ବରଣ ।
୪ ।୧ ସଂଗ୍ୟାଂ-(ସଂ) ସଂଜ୍ଞା ୫ ।୧ ଆଦି-ସୂର୍ଯ୍ୟ
୬ ।୨ ସୟମ୍ବର-ସ୍ୱୟମ୍ବର
୧୦ ।୧ ଅମରାଧି-ଅମର-ସ୍ୱର୍ଗ, ତାହାର ଆଧି-ଅଧିପତି-ଇନ୍ଦ୍ର,
୧୦ ।୨ ଜମ୍ଭୋଭେଦି-ଇନ୍ଦ୍ର । ଜମ୍ଭଭେଦୀ ସ୍ଥାନରେ ଜମ୍ଭୋଭେଦୀ ।
ଚଉଷଠି ପୁତ୍ର ଘେନିଣ ଅମରଗଣ ସଂ
ବିଜୟେ ସୁରନାଥ ସୂର୍ଯ୍ୟ ସଭାୟେଣ ।୧୧ ।
33_81
ଅଣଚାଶ ପବନ ପକ୍ଷ ଯେ କିନ୍ନର
କାଳଗଣନ୍ତ ଘେନି ବିଜୟେ ନାଶକର ।୧୨ ।
33_82
ମଧୁକର ମଳୟ ବସନ୍ତ ଅନନ୍ତ
ବିଜୟେ କରୁଣାକର ଗଗନାଧିନାଥ ।୧୩ ।
33_83
ଗର୍ଜନ ନାଦ କରି ନିର୍ଘାତ ନରପତି
ସଅମ୍ବରେ ବିଜୟେ ଯାଇ ମଣ୍ଡଳ ଚକ୍ରବ୍ରତୀ ।୧୪ ।
33_84
ମେଘମାଳ ସହିତେ ନୃପତି ହେମବନ୍ତ
ସେହି ପ୍ରବେଶ ହୋଇଲେ ମଳୟ ପର୍ବତ ।୧୫ ।
33_85
ଆହୋ ଗନ୍ଧର୍ବ ଯକ୍ଷ କିନ୍ନର ସୁରସିଦ୍ଧ ମୁନି
ସୟମ୍ବର କଲେ ସେ ଦେବତା ମାନନ୍ତ ଘେନି ।୧୬ ।
33_86
ୟେସନେକ ସୟମ୍ବର ଦେଖିଣ ବିବୁଧଆଦି
ଦେବତାନ୍ତ ସମାର୍ଜନା କଲେ ଦେବ ଯେ ଅନାଦି ।୧୭ ।
33_87
ତ୍ରିଦଶ ଦେବତାମାନେ ବସିଲେ ଆସ୍ତାନେ
ବିନୟ ଭାବେ ପଚାରନ୍ତି ଗଗନାଧି ଶୂନ୍ୟେ ।୧୮ ।
33_88
ୟେ ମୋହୋର ଦୁହିତା ଯେ ଅଟଇ ତପତୀ
ସୟଂବର ନିମନ୍ତେ ମୁଂ ବରିଲି ସବୁନ୍ତି ।୧୯ ।
33_89
ୟେ ଯାହାର କଣ୍ଠେ ନେଇ ଦେବ ପୁଷ୍ପମାଳି
ସେ ତାହାର ବଲ୍ଲଭ ହୋଇବ ସତ୍ୟ ପ୍ରତିପାଳି ।୨୦ ।
33_90
ତ୍ରିଦଶ ଦେବତାୟେ ଅନେକ ବେଶ ବେଶନେ
ବିଜୟେ ବୃନ୍ଦାଅର୍କେ ପଦ୍ମ ଯେ ଆସନେ ।୨୧ ।
33_91
ବଦୟନ୍ତି କରତା ଶୁଣ ଗୋ ତପତୀ
ତୋହୋର ନିମନ୍ତେ ମୁଂ ବରିଲି ସବୁନ୍ତି ।୨୨ ।
33_92
-----
୧୧ ।୧ ଚଉଷଠି କୋଟି ଯେ ମିଳିଲେ ଅମରଗଣ । (ପା) (ସଂଖ୍ୟା)
୧୪ ।୨ ସୟମ୍ବରେ ବିଜୟେ ଯାଇ ମଣ୍ଡଳ ଚକ୍ରବ୍ରତୀ । (ପା)
୧୮ ।୨ ବିନୟଭାବେ ପଚାରନ୍ତି ଗଗନ ଲିଙ୍ଗ ଶୂନ୍ୟେ । (ପ)
୧୪ ।୨ ଚକ୍ରବ୍ରତୀ-ଚକ୍ରବର୍ତ୍ତୀ । ୧୮ ।୧ ଆସ୍ତାନେ-ଆସ୍ଥାନେ
୨୧ ।୨ ବୃନ୍ଦାଅର୍କେ-ବୃନ୍ଦାରକେ-ଦେବତାମାନେ, ୨୨ ।୧ କରତା-ସୂର୍ଯ୍ୟ
ଯାହାକୁ ଇଛା ଗୋ ବର ତୋହୋର ଚିତ୍ତେ
ପାରିଜାତକ ପୁଷ୍ପମାଳ ଗୋ ଦିଅ ତୋହାର ହୃଦଗତେ ।୨୩ ।
33_93
ପିତାର ବଚନ ଯେ ଶୁଣିଣ ତପତୀ
ମାଳା ଘେନି ମିଳିଲା ସେ ସୁରନାଥର କତି ।୨୪ ।
33_94
ତପତୀର ତେଜ ଜାଳା ଅନଳ ପରାୟେ
ଭୟେଣ ଅନ୍ତର ତହୁଂ ଯେ ହୋଇଲେ ସୁରରାୟେ ।୨୫ ।
33_95
ଇନ୍ଦ୍ର ଦେବତା ଯହୁଂ ଅନ୍ତର ହୋଇଲା
ମାଳା ଘେନି ତପତୀ କୁବେର ସନ୍ନିଧ୍ୟେ ମିଳିଲା ।୨୬ ।
33_96
ପାଶକୁ ଆସନ୍ତେ ସେ ସାଂଗ୍ୟାର ଦୁଲଳା
ତପତୀର ତେଜ ଯେ ଲାଗିଲା ମହାଜାଳା ।୨୭ ।
33_97
କୁବେର ଦେବତା ଯେ ସଭାରେ ନ ରହିଲେ
ଉଠିଣ ଆପଣା ଭୁବନେ ଚଳି ଗଲେ ।୨୮ ।
33_98
ତହୁଂ ମାଳା ଘେନି ଚଳିଲା ସୂର୍ଯ୍ୟର ନନ୍ଦନୀ
ସନ୍ନିଧ୍ୟେଣ ଦେଖିଲା ସେ ଦେବ ପଦ୍ମଯୋନି ।୨୯ ।
33_99
ଆହୋ ତପତୀର ତେଜ ଯେ ମହାଅନଳ ପରାୟେ
ମରୁଳ ଆରୋହି ପିତା ହୋଇଲେ ଅନ୍ତର୍ଦ୍ଧାୟେ ।୩୦ ।
33_100
ପିତାମହଙ୍କୁ ନ ଦେଖି ସେ ଦିନକର କୁମାରୀ
ମାଳା ଘେନି ମିଳିଲା ଯହିଂ ବିଜୟେ ତ୍ରିପୁରାରି ।୩୧ ।
33_101
ସଦାଶିବ କତିକୁ ଯାଆନ୍ତେଣ ଅବଳା
ରୁଦ୍ର ଶରୀରେ ସେ ଲାଗିଲା ମହାଜାଳା ।୩୨ ।
33_102
ଭୟେଣ ଘୁଞ୍ଚିଲେ ସେ ଦେବ ପଞ୍ଚୁମଉଳି
ଶିବଗଣ ମାନନ୍ତ ଘେନି ସେ କପିଳାସେ ଗଲେ ଚଳି ।୩୩ ।
34
ପୁଣି ମାଳାୟେକ ଯେ ଘେନିଣ ତପତୀ
ବିଜୟେ ସୁନ୍ଦରୀ ଯାଇଁ ହେମବନ୍ତର କତି ।୩୪ ।
35
----
୨୯ ।୧ ତହୁଂ ମାଳାଘେନି ଗବନ ସୂର୍ଯ୍ୟର ବାଳୀ
୨୯ ।୨ ପଦ୍ମଯୋନି ନାଥ ସନ୍ନିଧ୍ୟେ ଯାଇ ମିଳି ।
୨୭ ।୧ ସାଂଗ୍ୟାର-ସଂଜ୍ଞାର
୩୦ ।୨ ମରୁଳ-ମରାଳ-ହଂସ
ଦେଖିଣ ଭୟେ ସେ କଲା ହେମବନ୍ତ
ଆସ୍ତାନୁଂ ଉଠି ସେ ଚଳିଗଲା ଶୂନ୍ୟପଥ ।୩୫ ।
36
ଆହୋ ତପତୀର ତେଜେ ପଳାଇଲେ ବୃନ୍ଦାଅର୍କେ
ଯେ ଯାହାର ଭୁବନେ ଯେ ମିଳିଲେ ଦେବଲୋକେ ।୩୬ ।
37
ଆଦିତ୍ୟ ବୋଇଲେ ୟେ ସୟଂବର ସରିଲା
କେହି ତ କନ୍ୟାକୁ ମୋ ବରଣ ନୋହିଲା ।୩୭ ।
38
ଦୋହିତା ହୋଇଂ ଯେବେ ପିତା ଘରେଣ ରଜବତୀ (ଜ୍ଞନ୍ଧଟ୍ଟରତ୍ତଜ୍ଞନ୍ଦଷନ୍ଦଷଚ୍ଛଚ୍ଚ, ଲରଚ୍ଚଜ୍ଞର)
ପିତୃ ଲୋକମାନେ ଯେ ପାବନ୍ତି ନର୍କ ଗତି ।୩୮ ।
39
ୟେସନେକେ ବିଚାର କରନ୍ତେଣ ଦେବ ସୂର୍ଯ୍ୟ
ଅଶ୍ୱେକ ଚଢିଣ ବିଜେ କଲେ ଶମ୍ଭୁରାଣ ମହାରାଜ ।୩୯ ।
40
ବଦୟନ୍ତି କରତାର ଶୁଣ ଗୋ ତପତୀ
ୟେ ମହାରାଜା ଗୋ ସୋମବଂଶର ଆଧିପତି ।୪୦ ।
41
ୟେହାର ବଂଶେ ଗୋ ଅମରେ ହୁଅନ୍ତି ପାଟ
ମାଳା ଘେନି ୟାଇଂ ଗୋ ୟେହାର ସନ୍ନିଧ୍ୟେଣ ଭେଟ ।୪୧ ।
42
ପିତାଙ୍କର ବଚନେଣ ସେ ମୃଗନୟନୀ
ମିଳିଲାକ ସୁନ୍ଦରୀ କରେ ମାଳ ଅର୍ଘ୍ୟ ଘେନି ।୪୨ ।
43
ଅଶ୍ୱ ଉପରେଂ ବିଜେ କରିଛନ୍ତି ଶମ୍ଭୁରାଣ
ମାଳା ଘେନିଣ ତପତୀ ମିଳିଲା ସନ୍ନିଧ୍ୟେଣ ।୪୩ ।
44
ନୃପତି ହୃଦରେ ନେଇ ଦିଲାକ ପୁଷ୍ପମାଳେ
ଶ୍ରୀଭୁଜେ ଧରିନେଇ ଶମ୍ଭୁରାଣ ବସାଇଲେ କୋଳେ ।୪୪ ।
45
ଦେଖିଣ ପରମ ସାନନ୍ଦ ଦେବ ଅଂଶୁମାଳୀ
ସାଧୁ ସାଧୁ ଶମ୍ଭୁରାଣ ବୋଲି ଜୟେ ଧୁନି ତୋଳି ।୪୫ ।
46
ଅନେକ ସମ୍ଭର୍ବେ ସେ ରାଜାଧିରାଜପତି
ତପତୀ ପ୍ରଦାନ ଯେ କଲାକ ଯଥାରୀତି ।୪୬ ।
46_103
------
୩୭ ।୨ କେହିତ କନ୍ୟାକୁ ମୋର ପ୍ରଦାନ ନୋହିଲା ।
୪୬ ।୧ ଅନେକ ସମ୍ଭର୍ବ କଲାକ ସୂର୍ଯ୍ୟାଧି ।
୩୫ ।୧ ହେମବନ୍ତ-ହିମବାନ୍, ୩୮ ।୧ ଦୋହିତା-ଦୁହିତା
୪୪ ।୧ ଦିଲାକ-ଦେଲାକ
ଶମ୍ଭୁରାଣ ବିଳସଇ ସେ ସୁନ୍ଦରୀ ତପତୀ
କୁରୁ ନାମେଣ ପୁତ୍ର ତହୁଂ ହୋଇଲା ଉତପତ୍ତି । ୪୭-୧୫୯ (ମଚ୍ଛତ୍ତତ୍ତରମନ୍ଦରଯ)
ଶାନ୍ତନୁ ଉପାଖ୍ୟାନ
ତହୁଂ ସେ କୁରୁ ବଂଶ ଜଗତେ ବିଖ୍ୟାତି
କୁରୁର ଭାରିଯା ଯେ ଅଟଇ ଭାନୁବତୀ ।୧ ।
46_104
ୟେହାର ତହୁଂ ଉପୁଜିଲା ପାର୍ଥିବ ନରପତି
ୟେମନ୍ତେଣ ସୋମବଂଶ ହୋଇଲା ଉତପତ୍ତି ।୨ ।
46_105
ପାର୍ଥିବର ଭାରିଯା ଚିତ୍ର ଯେ ଉତ୍ପଲା
ଶାୟେଂତନୁ ରାଜଋଷି ୟେହାଙ୍କର ବଳା ।୩ ।
46_106
ଶାୟେଂତନୁ ମହାରାୟେ ରୁଦ୍ରଙ୍କୁ ସେବାକଲେ
ସପତ ଦ୍ୱୀପେ ସେ ୟେକାଙ୍ଗ ଚକ୍ରବ୍ରତୀ ହେଲେ ।୪ ।
46_107
ଅତିଅନ୍ତ ଭଗତି ସେ କାଶୀ ସେବା କରି
କଷା କଉପୁନି ହୋଇଲେ ମାଥେ ଜଟାଧାରୀ ।୫ ।
46_108
ସୋମେକ ରୂପେ ହର ଗୋହତ୍ୟା ଦୋଷ କଲେ
ହଟକେଶ୍ୱର ବୋଲି ପାତାଳେ କପିଳାସେ ରଞ୍ଚିଲେ ।୬ ।
46_109
ଶିବ ସେବା କରି ତହୁଂ ରହିଲେ ଶାୟେଂତନୁ
ମଞ୍ଚକୁ ନ ଆସନ୍ତି ସେ ପାତାଳ ଭୁବନୁଂ ।୭ ।
46_110
ପାତାଳେ ଥାଇଂ ସେ ମଞ୍ଚକୁ ଦ୍ୟନ୍ତି ଦୃଷ୍ଟି
ଦିବ୍ୟ ଚକ୍ଷୁରେ ଦେଖନ୍ତି ରାଜ୍ୟକୁ ପଡିଲେ ଅରଷ୍ଟି ।୮ ।
46_111
ଦଇତ ଦାନବେ ଯେବେ କରନ୍ତି ଅନୀତି
ପାତାଳେ ଥାଇଂ ସେ ନାରାଜ ବିନ୍ଧିଲେ ମଞ୍ଚେ ହୋନ୍ତି ବିନଶ୍ୟତି ।୯ ।
46_112
ୟେସନେକ ସେବା କରିଥାନ୍ତି ବିଶ୍ୱନାଥ
ସପତ ଦ୍ୱୀପା ନିଛତ୍ରୀ କରି ରାଜ୍ୟ କରନ୍ତି ୟେକଛତ୍ର ।୧୦ ।
46_113
-----
୧ ।୨ ଭାନୁବତୀ-ଭାନୁମତୀ
୩ ।୨ ଶାୟେଂତନୁ-ଶାନ୍ତନୁ
ସପତ ଦ୍ୱୀପକୁ ମନ୍ତ୍ରବଳେ ସେ ସପତ ନାରାଜ ପେଷି
ସୁଦରଶନ ଚକ୍ର ପ୍ରାୟେ ବୁଲଇ ଦିବା ନିଶି ।୧୧ ।
46_114
ବଳ ଦୁର୍ବଳ କଲେ ସେ ପକାବନ୍ତି ଶିରଛେଦି
ୟେମନ୍ତେ ସପତ ଦ୍ୱୀପ ସତ୍ୟରେ ଚଳାନ୍ତି ସ-ାଦି ।୧୨ ।
46_115
ଆହୋ ସୋମବଂଶ ରାଜ୍ୟେ ପରଜା ଉପୁଜାଇ ଯେବଣ କୃଷି
ବାଟିକେ ଚିନାୟେ ସଂଜା ଦେଇ ନିଅଇ ବେନିରାଶି ।୧୩ ।
46_116
ଇନ୍ଦ୍ର ଦେବତାର ତୁଲେ ତାର ଅନେକ ଭାବେ ପୀରତି
କୃଷି ଭୂମିରେ ମେଘେ ବରଷନ୍ତି ରାତି ।୧୪ ।
46_117
ସନ୍ତାନ ଶୋଚନା ନାସ୍ତି ବ୍ରତନ୍ତି ଜନପ୍ରଜା
ୟେସନେକ ସାର୍ଥୁକ ସେ ସୋମବଂଶ ରାଜା ।୧୫ ।
46_118
ଗଙ୍ଗା ଜାତ ହୋଇଲେ ଯେ ନିର୍ଘାତର ଘରେ
ଧବଳ ରୁଚିର ବପୁ ଶୁକ୍ଲାମ୍ବର ଶରୀରେ ।୧୬ ।
46_119
ନିର୍ଘାତ ପାଳଇ ସେ ଅନାଦି ନିରଞ୍ଜନୀ
ତ୍ରୟୋଦଶ ବରଷ ଯେ ହୋଇଲା ନନ୍ଦନୀ ।୧୭ ।
46_120
ନିର୍ଘାତ ବୋଇଲା ମାଗୋ ମୁଂ କେମନ୍ତ କରିବି
କୁମାରୀ ରୂପ ହୋଇଲୁ ତୋତେ କାହାକୁ ମୁହିଂ ଦେବି ।୧୮ ।
46_121
ବଡାଇ ନିରାକୁଳୀ ତୁ ଅଟୁ ଦେବୀ ତୋୟା
ତୋତେ ଦେଖିଣ ମୁଂ କରଇ ବଡ ଭୟା ।୧୯ ।
46_122
ଗଙ୍ଗା ବୋଇଲେ ତୁ ଶୁଣସି ମୋହୋର ପିତା
ମୋହୋର ବଲ୍ଲଭ ସେ ଅଟଇ ରୁଦ୍ର ଯେ ଦେବତା ।୨୦ ।
46_123
ସେ ମୋହୋର ପ୍ରାଣନାଥ ଅଟନ୍ତି ଦେବ ଯେ ତ୍ରିଶୂଳୀ
ସେହି ସେ ସହି ପାରନ୍ତି ନା ମୋହୋର ଆର୍ଦୋଳି ।୨୧ ।
46_124
ନିର୍ଘାତ ବୋଇଲା ମାଗୋ ଶୁଣ ଧବଳାଙ୍ଗି
ବ୍ରହ୍ମହତ୍ୟା କଲା ସେ ରୁଦ୍ର ପରମ ଯୋଗୀ ।୨୨ ।
46_125
ଅନେକ ତୀର୍ଥ ସେ କଲେ ବିଶ୍ୱକାଶୀ
ପାତାଳେ ବସିଲେ ସେ ହୋଇଣ ବଡ ଦୋଷୀ ।୨୩ ।
46_126
ଗଙ୍ଗା ବୋଇଲେ ପିତା ମୁଂ ଥିବି ତୋହୋର ଘରେ
ଯେତେ କାଳେ ଆସିବେ କରିବି ବିଶ୍ୱେଶ୍ୱରେ ।୨୪-୧୮୩ ।
-------
୧୨ ।୧ ଦୁର୍ଧ୍ୱଂସ ଦେଖି ୟେ ତାଙ୍କୁ ପକାନ୍ତି ଶିରଛେଦି ।
୧୨ ।୨ ୟେମନ୍ତେ ସପତ ଦୀପ ଯାକ ନିଛତ୍ର କଲେ ସତ୍ୟବାଦୀ ।
୧୪ ।୨ କୃଷି ଭୂମିରେ ମେଘେ କରନ୍ତି ନିତି ବୃଷ୍ଟି ।
୧୫ ।୧ ଧନ ସନ୍ତାନ ବର୍ଦ୍ଧୁତେ ସୁଖେ ବ୍ରତନ୍ତି ସକଳ ପ୍ରଜା ।
୧୯ ।୧ ତୋୟା-ଗଙ୍ଗାଦେବୀ
ଶାନ୍ତନୁ ବିବାହ
(ଚିତ୍ରବୀର୍ଯ୍ୟ, ବିଚିତ୍ରବୀର୍ଯ୍ୟ ଓ ଭୀଷ୍ମଙ୍କର ଜନ୍ମ)
ୟେମନ୍ତେ ପିତାର ଘରେ ଯେ ଅଛଇ ଗଙ୍ଗାବାଳୀ
କୁମାରୀମାନଙ୍କ ସଂଗେ ସେ ଖେଳଇ କୁତୁହୋଳୀ ।୧ ।
46_127
ପିତାର ଘରେ ଯହୁଂ ସହସ୍ରେ ବରଷ ବହିଗଲା (ସଂଖ୍ୟା)
ଦୋହିତାକୁ ଦେଖିଣ ନିର୍ଘାତ ଅନେକ କ୍ରୋଧକଲା ।୨ ।
46_128
ସ୍ତିରୀ ଜନ୍ମ ନିଷ୍ଫଳ ଗୋ ହୋଇଲା ମାତା ତୁକୁ
ଲାଞ୍ଛିଲା ହୋଇଲା ମୁକୁ ସୟଂବର କରି ବରିକି ଆଣିମି ଦେବତାଙ୍କୁ ।୩ ।
46_129
ଯାହାକୁ ଭାବଇ ମାଗୋ ତୋହୋର ମନ ଇଛା
ମାଳା ଦେଇଂ ବର ଗୋ ଯେ ତୋହୋର ମନବାଞ୍ଛା ।୪ ।
46_130
ଗଙ୍ଗା ବୋଇଲେ ତୁ ବିମୁଖ ନୋହ ତାତ
ରୁଦ୍ର ଦେବତାହୁଂ ଆନରେ ମୋର ନାହିଁ ପ୍ରିୟମତ ।୫ ।
46_131
ସେ ମୋହୋର ବଲ୍ଲଭ ମୁଂ ତାହାର ନାରୀ
ଅନେକ ଜନ୍ମରେ ମୁହିଂ ସଦାଶିବଙ୍କ ମନୋହାରୀ ।୬ ।
46_132
ନିର୍ଘାତ ବୋଇଲା ମାଗୋ କହଇ ମୁହିଂ ତୋତେ
ତୋହୋର ଅବସ୍ଥାୟେଣ ଅନେକ ଦୋଷ ମୋତେ ।୭ ।
46_133
ଅବିଭାୟୀ ଦୋହିତା ପିତା ଘରେ ହୋଇଲେ ରଜବତୀ
ୟେକୋଇଶ ପୁରୁଷ ପରିଯନ୍ତେ ପିତୃ ଲୋକଙ୍କୁ ଅଗତି ।୮ ।
46_134
----
୮ ।୨ ୟେକୋଇଶ ପୁରୁଷ ପରିଯନ୍ତେ ପିତୃଲୋକେ ଯାଆନ୍ତି ନର୍କଗତି ।
୨ ।୨ କ୍ରୋଧକଲା-ଦୁଃଖରେ କାତର ହେଲା ୩ ।୧ ତୁକୁ-ତୋତେ
୩ ।୨ ମୁକୁ-ମୋତେ ୫ ।୨ ପ୍ରିୟମତ-ପ୍ରୀତିଭାବ ୬ ।୨ ମନୋହାରୀ-ମନୋହାରୀଣୀ ଅର୍ଥରେ ପ୍ରଯୁକ୍ତ
୮ ।୧ ଅବିଭାୟୀ-ଅବିବାହିତା ।
ଗଙ୍ଗା ବୋଇଲେ ଯେବେ ଅନେକ ଯୁଗ ବହି ଯିବ
ୟେହିମତେ ଥିବି ତାତ ହୋଇଣ ବାଳ ଭାବ ।୯ ।
46_135
ନିର୍ଘାତ ପରମ ସାନନ୍ଦ ସେ ଦୋହିତାର ବଚନେ
ରହିଲେ ଜାହ୍ନବୀ ଯେ ପିତାର ଭୁବନେ ।୧୦ ।
46_136
ଗଙ୍ଗାର ଜନମେଣ ଯେ ସତ୍ୟ ଯୁଗ ବହିଗଲା
ରୁଦ୍ର ଦେବତାଙ୍କୁ ସେ ଭେଟ ନ ପାଇଲା ।୧୧ ।
46_137
ସତ୍ୟ ଯୁଗ ସତର ଲକ୍ଷ ଅଠାଅଶୀ ସହସ୍ର ବରଷ (ସଂଖ୍ୟା)
ଖେଳଇ ନିର୍ଘାତ ଘରେ ଦେବୀ ବାଳୁତ ବୟସ ।୧୨ ।
46_138
ତ୍ରେତୟା ଯୁଗ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ହାଦେଗଲା (ସଂଖ୍ୟା)
ତଦ୍ୟାପି ଗଙ୍ଗାର ତୁଲେ Cଶ୍ୱର ଭେଟ ନ ପଡିଲା ।୧୩ ।
46_139
ତ୍ରେତୟା ଯୁଗ ଅନ୍ତରେ ଯେ ରୁଦ୍ର ପଞ୍ଚୁମନୁ
ଦିବାରାତ୍ରେଣ ଖଟିଥାନ୍ତି ସେ ଋଷି ଶାୟେଂତନୁ ।୧୪ ।
46_140
ସଦାନନ୍ଦ ପୁରୁଷ ଆସି ପ୍ରସନ୍ନ ହୋଇଲେ
ଦୁତୀ Cଶ୍ୱର ପଦ ସେ ଶାୟେଂତନୁକୁ ଯେ ଦିଲେ ।୧୫ ।
46_141
ବୋଲନ୍ତି କପାଳୀ ତୁ ଯାଅସି ସ୍ୱର୍ଗ ମଞ୍ଚ
ଭ୍ରମଣ କରି ଦେଖ ତୁହି ଭୁବନ ସୁସଞ୍ଚ ।୧୬ ।
46_142
କେବଣ ପୁରେ ଯେ କେବଣ ହୋଇଛନ୍ତି ଦେବେ
ୟେହା ବୁଝସି ତୁ ଚଳ ସ୍ୱର୍ଗ ମଞ୍ଚ ୟେବେ ।୧୭ ।
46_143
ସଦାଶିବର ବଚନେ ସେ ଚଳନ୍ତି ସୋମବଂଶୀ
ରୁଦ୍ର ଅବତାର ସେ ଶାୟେଂତନୁ ମହଋଷି ।୧୮ ।
46_144
ବଇଲେକ ଆରୋହି ସେ ମଥାରେ ଜଟାଧାରୀ
ଧବଳ ବର୍ଣ୍ଣ ଶରୀର ସେ ଦିଶଇ ଯେହ୍ନେ ତ୍ରିପୁରାରି ।୧୯ ।
46_145
ଗମଇ ଆକାଶେ ସେ ସୋମବଂଶୀ ଚକ୍ରବ୍ରତୀ
ଲକ୍ଷେକ ଡମ୍ବରୁ ସେ ଶୂନ୍ୟେଣ ବାଜନ୍ତି ।୨୦ ।
46_146
-------
୧୩ ।୨ ତଦ୍ୟାପି-ତଦି-ଅପି-ତଦ୍ୟପି ସ୍ଥାନରେ ତଦ୍ୟାପି
୧୫ ।୨ ଦୁତୀ-ଦ୍ୱିତୀୟ ୧୬ ।୨ ସୁସଞ୍ଚ-ସୁନ୍ଦର
୧୯ ।୧ ବଇଲେକ-ଏକ ବଳଦ, ବଳୀବର୍ଦ୍ଦ ଶବ୍ଦଜ
କରେଣ ପିନାକୀ ସମାନେଣ ୟେକ ଧନୁୟେ
ଆରେକ ଭୁଜେଣ ଶୋହଇ ତ୍ରିଶୂଳ ଗୋଟାୟେ ।୨୧ ।
46_147
ଭସ୍ମ ବିଲେପନ ରୁଦ୍ରାକ୍ଷ ମାଳା ହୃଦେ
ଧବଳ ଶରୀର କି ପ୍ରତକ୍ଷେ ସଦାନନ୍ଦେ ।୨୨ ।
46_148
ୟେସନେକେ କରଇ ସେ ଆକାଶେ ଦିଗ ବିଜେ
Cଶ୍ୱର ପ୍ରାୟେ ଦେଖି ପୂଜା କଲେ ଦେବରାଜେ ।୨୩ ।
46_149
ଅୟେଂଳା ବୃକ୍ଷ ତଳେ ଗଙ୍ଗା ତପ କରୁଥିଲା
ଭୋଳମତି ବେଳେଣ ତାର ଚିତ୍ତ ଯେ ବଳିଲା ।୨୪ ।
46_150
ଦେଖିଣ ବଚନ ଯେ ବୋଲଇ ନିରିଘାତ
ଶାୟେଂତନୁର ଭାରିଯା ହୁଅସି ଗୋ ମାତ ।୨୫ ।
46_151
ପିତାର ବଚନେ ସେ ତୁଷ୍ଟ ଧବଳାଙ୍ଗୀ
ନିର୍ଘାତ ହାତରୁ ମାଳାୟେକ ନେଇ ଗଳାରେ ତାହାକଇଂ ଲାଗି ।୨୬ ।
46_152
ଜଳ ତିଳ ଘେନିଣ ସଂକଳ୍ପ ରାୟେ କଲା
ଦୋହିତା ତୋତେ ଦେବି ବୋଲି ସତ୍ୟ ମନାସିଲା ।୨୭ ।
46_153
ୟେ ମୋହୋର ସତ୍ୟ ସତ୍ୟ ବୋଲଇ ତିନିବାରେ
ବରିଣ ନିର୍ଘାତ ଯେ ବସାଇଲା କୋଳରେ ।୨୮ ।
46_154
ଅନେକ ବାଗେଣ ସେ ଯେ ପୂଜା ବିଧି କଲା
ଦୋହିତାର ନିମନ୍ତେ ସେ ସତ୍ୟ ଯେ ପାଳିଲା ।୨୯ ।
46_155
ବର ବେଶ ହୋଇଣ ବସିଲେ ଶାୟେଂତନୁ ମହଋଷି
ଦୃଭାସା ମହଋଷି ତହିଂ ମିଳିଲେ ବେଗେ ଆସି ।୩୦ ।
First 200 of 6,584 passages. Read on
Based on
See also: more in Mahābhāratas in Indian regional languages
- வில்லிபாரதம் — Tamil; 1400 CE
- Kashidasi Mahabharata (Kāśīdāsī Mahābhārata) — Bengali; 1625 CE; partly digitised
- Andhra Mahabharatamu (Āndhra Mahābhāratamu) — Telugu; 1045–1350 CE
- Karnata Bharata Kathamanjari (Karṇāṭa Bhārata Kathāmañjarī) — Kannada; 1425 CE
- Jaimini Bharata (Kannada) (Jaimini Bhārata (Kannada)) — Kannada; 1600 CE
- Vikramarjunavijaya (Vikramārjunavijaya) — Kannada; 941 CE